MAIN MENU

Footer Pages

Tuesday 3 October 2017

ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ ପରଦାକୁ କେବେ ଫେରିବେ ?

ଓଲିଉଡରେ ପ୍ରିୟା ଚୌଧୁରୀ ନିଜର ଏକ ଭିର୍ଣ୍ଣ ପରିଚୟ ସୃଷ୍ଟି କରିଥିଲେ । ହସକୁରୀ ଓ ଚୁଲୁବୁଲି ନାୟିକା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା । ପ୍ରଥମେ ସେ ଛୋଟ ପରଦାରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପରେ ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ “ଡ୍ରିମ୍‌ଗାର୍ଲ” ଜରିଆରେ ବଡ଼ ପରଦାକୁ ପାଦ ଥାପିଥିଲେ ଓ କ୍ରମାଗତ ଭାବେ ସିନେମା ପରେ ସିନେମା କରି ସିନେ ପ୍ରେମୀଙ୍କ ନିକଟରେ ଅତି ପ୍ରିୟ ହେଇପାରିଥିଲେ ।
ବହୁ ଓଡିଆ ସୁପରଷ୍ଟାରଙ୍କ ବିପକ୍ଷରେ ପ୍ରିୟା ନଜର ଆସିଛନ୍ତି ଓ ବହୁ ନାମିଦାମି ନିର୍ଦେଶକଙ୍କ ସହ କାମ କରିସାରିଛନ୍ତି । ଅଭିମନ୍ୟୁ, ବାଇଶ ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା , ଦୋସ୍ତି ଓ ତୋ’ ବାଟ ଚାହିଁଛି ରାତି ସାରା ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ ।
୨୦୧୩ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଚୂଲବୁଲି ନାୟିକା ପ୍ରିୟା । ପ୍ରଶଂସକମାନେ ସେମାନଙ୍କର ପ୍ରିୟ ନାୟିକା ପ୍ରିୟାଙ୍କୁ ପ୍ରାୟ ସାଢ଼େ ତିନି ବର୍ଷ ହେବ ରୁପେଲି ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ଅଭିନୀତ ‘ ତୋ’ ବାଟ ଚାହିଁଛି ରାତି ସାରା ’ ୨୦୧୪ ଜାନୁଆରିରେ ରିଲିଜ ହୋଇଥିଲା । ଏହା ତାଙ୍କର ଶେଷ ସିନେମା ଯାହା ସେ ବିବାହ ପୂର୍ବରୁ ଅଭିନୟ କରିଥିଲେ ।
ତେବେ ବିବାହ ପରେ ପ୍ରିୟା କୌଣସି ବି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି । ପ୍ରିୟା ଅବଶ୍ୟ ବିବାହ ପରେ ସମୟ ସମୟରେ ଛୋଟ ପରଦାରେ ନଜର ଆସିଛନ୍ତି । ସାର୍ଥକ ଟିଭିରେ ପ୍ରସାରିତ "ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌” ରେ ଜଜ୍‌ଭାବେ ନଜର ଆସିଛନ୍ତି ପ୍ରିୟା । ରଜ କୁଇନ, କିଏ ହେବ ମୋ ହିରୋଇନ ଓ ଭାଗ୍ୟ ବଦଳିବ ପୁଣି ଥରେ, ଆଦି ରିୟାଲିଟି ଶୋ ରେ ନଜର ଆସିଥିଲେ ପ୍ରିୟା ।
ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ ବଡ ପରଦାକୁ କେବେ ଫେରିବେ

No comments:

Post a Comment